ସମ୍ବଲପୁର,ଏନ୍ଏନ୍ଏସ୍: ଆସନ୍ତା ୧୧ ତାରିଖ ଦିନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ କରାଯିବ। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବନ୍ୟାଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବଢ଼ିବ। ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ସତର୍କ ପରାମର୍ଶ ଦିଆଯାଇଛି।