ଆଜି ରାଜ୍ୟରେ ରେକର୍ଡ ଟିକାକରଣ

  • ଭୁବନେଶ୍ୱର: ମହାମାରୀ ବିରୋଧୀ ଲଢ଼େଇରେ ଜିତିବାକୁ ହେଲେ ଟିକା ହିଁ ଏକମାତ୍ର ଅମୋଘ ଅସ୍ତ୍ର। ଏହାକୁ ଲକ୍ଷ୍ୟ କରି ସରକାର ଟିକାକରଣକୁ ବ୍ୟାପକ କରୁଛନ୍ତି। ସୋମବାର ଗୋଟିଏ ଦିନରେ ଓଡ଼ିଶାରେ ରେକର୍ଡସ୍ତରରେ ୪ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ସହଯୋଗ କରିଥିବା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ।