ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରରୁ ଏକ ଟିମ୍ ଓଡ଼ିଶା ଆସିବ। ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ ମଣିପୁରକୁ ମଧ୍ୟ ସ୍ୱତନ୍ତ୍ର ଟିମ୍ ପଠାଇବାକୁ ନିଷ୍ପତ୍ତି ହୋଇଛି।
ଉକ୍ତ ରାଜ୍ୟ ଗୁଡ଼ିକରେ କରୋନା ସଂକ୍ରମଣ ଅଧିକ ଥିବା କୁହାଯାଉଛି। ତେଣୁ ଏହି କେନ୍ଦ୍ରୀୟ ଟିମ୍ କୋଭିଡ ପରିଚାଳନାର ଅନୁଧ୍ୟାନ କରିବ। ସୂଚନା ଅନୁସାରେ ଗତ କିଛିଦିନ ହେବ ରାଜ୍ୟରେ ପୁଣି କରୋନାର ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଉପରେ ରହୁଛି। ସେହିପରି ପ୍ରତିଦିନ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି।