ଭୁବନେଶ୍ୱର ପରେ କଟକରେ ବୟସ୍କଙ୍କୁ ଘରୁ ଆଣି ଟିକା

କଟକ,ଏନ୍ଏନ୍ଏସ୍: ଭୁବନେଶ୍ୱର ପରେ ଏବେ କଟକରେ ବୟସ୍କଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ପ୍ରଦାନ କରାଯିବ। ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ପ୍ରଦାନ କରିଛନ୍ତି। ୯୭୭୭୦୬୭୨୯୭ ନମ୍ବରରେ ଫୋନ୍ କଲେ ଘରେ ଗାଡ଼ି ପହଂଚିଯିବ। ଗାଡ଼ି ପହଞ୍ଚି ବୟସ୍କଙ୍କୁ ଟିକା କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡ଼ିବ ବୋଲି ଜଣାପଡ଼ିଛି।