ଏସଓଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲାର ଭଞ୍ଜଗୁଣ୍ଡା ଗ୍ରାମ ନିକଟରେ ଥିବା ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଓଡ଼ିଶା ପୁଲିସ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ସମୟରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଫଳରେ ପୁଲିସ ଗୁଳିରେ ଜଣେ ସିନିଅର କ୍ୟାଡର ମାଓବାଦୀ ନିହତ ହୋଇଥିବା ନେଇ ପୁଲିସ ଡିଜି ଅଭୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ ମାଓବାଦୀ ପାଖରୁ ଗୋଟିଏ ଏକେ ୪୭ ରାଇଫଲ ଓ ୩ଟି ମ୍ୟାଗାଜିନ ଜବତ ହୋଇଥିବା ଡିଜି ସୂଚନା ଦେଇଛନ୍ତି। ଏଥିସହିତ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ନେଇ ସୁସ୍ଥ ଜୀବନ ଅତିବାହିତ କରିବାକୁ ଅଭୟ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି।