ରାଜ୍ୟରେ କମୁଛି ସଂକ୍ରମଣ, ସ୍ଥିତି ଦେଖି ହେବ ଅନଲକ- ଡିଏମଇଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହିତ ସ୍ଥିତିରେ ଉନ୍ନତି ଆସିଛି। ତେଣୁ ରଜ ପରେ ରାଜ୍ୟର ସ୍ଥିତି ଦେଖି ଅନଲକ ପ୍ରକ୍ରିୟା ଉପରେ ନିଷ୍ପତ୍ତି ନିଆଯିବ। ଏନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି କି, ଲୋକେ ଅନଲକକୁ ଅପେକ୍ଷା କରି ରହିଛନ୍ତି। ଲକଡାଉନ ଯୋଗୁଁ ବେପାରୀ ଓ ଗରିବ ଲୋକ ବେଉସା ହରାଇ ହଇରାଣ ହେଉଛନ୍ତି। ସମସ୍ତେ ସତର୍କ ନ ରହିଲେ ପୁଣି ସ୍ଥିତି ବିଗିଡ଼ିବ ବୋଲି ସେ କହିଛନ୍ତି। ତେବେ ଆଗକୁ ସ୍ଥିତି ଦେଖି ଅନଲକ ପାଇଁ ନିଷ୍ପତ୍ତି ନିଆଯିବ।

ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯାହା ଆଶା କରାଯାଉଥିଲା ସେହି ହିସାବରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଉଛି। ଖୋର୍ଦ୍ଧାକୁ ଛାଡ଼ି ଅନ୍ୟ ଜିଲ୍ଲାରେ ଏତେ ସଂଖ୍ୟକ କେସ୍ ଆସୁନି। ତେବେ ଯେଉଁଠି ପଜିଟିଭ କେସ ଅଧିକ ରହୁଛି ସେଠାରେ ଟେଷ୍ଟକୁ ଜୋରଦାର କରାଯାଉଛି। ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେଟ କରିବା ସହିତ କଟକଣା ମାନିବାକୁ କୁହାଯାଉଛି।