ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୧୧ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପୂର୍ବ ଆକଳନ ଅନୁଯାୟୀ ଓଡ଼ିଶା ଛୁଇଁବ ବୋଲି କୁହାଯାଇଛି।
ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ଆଲିବାଗ, ପୁଣେ, ମେଡାକ, ନଲାଗୋଣ୍ଡା, ରେଣ୍ଟାଚିଣ୍ଟାଲା, ଶ୍ରୀହାରିକୋଟା, ସମେତ ଦକ୍ଷିଣ-ପଶ୍ଚିମ ମୌସୁମୀ ମହାରାଷ୍ଟ୍ରର ଅବଶିଷ୍ଟ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳକୁ ପ୍ରବେଶ କରିଛି।
ଆଗାମୀ ୨-୩ ଦିନ ମଧ୍ୟରେ ଓଡିଶାର କିଛି ଅଂଶ ଏବଂ ପଶ୍ଚିମବଙ୍ଗର ଅଧିକ ଅଂଶରେ ପ୍ରବେଶ କରିବ। ଜୁନ୍୧୧ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଜୁନ୍ ୧୧ ଓ ୧୨ରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ବୃଷ୍ଟିପାତ ଆକଳନ କରାଯାଇଛି।