ଦିନକରେ ଆଉ ୮,୩୧୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮,୩୧୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୬୫୫ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୬୫୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୭୪, କଟକରୁ ୫୯୩, ମୟୁରଭଞ୍ଜରୁ ୫୩୨, ଅନୁଗୁଳରୁ ୫୦୫, ସୁନ୍ଦରଗଡ଼ରୁ ୪୬୫, ବାଲେଶ୍ୱରରୁ ୪୫୨, ଢେଙ୍କାନାଳରୁ ୪୦୭, ପୁରୀରୁ ୪୦୫, ଯାଜପୁରରୁ ୩୫୪, କେନ୍ଦ୍ରାପଡ଼ାରୁ ୩୩୧, ନୟାଗଡ଼ରୁ ୨୮୩, ଜଗତସିଂହପୁରରୁ ୨୮୦, ବରଗଡ଼ରୁ ୨୭୯, ବୌଦ୍ଧରୁ ୨୦୯ ଓ ନବରଙ୍ଗପୁର ଜିଲ୍ଲାରୁ ୨୦୫ଜଣ ରହିଛନ୍ତି। ସେହିପରି ସମ୍ବଲପୁରରୁ ୨୦୪, କୋରାପୁଟରୁ ୧୯୮, କେଉଁଝରରୁ ୧୮୦, କଳାହାଣ୍ଡି ଓ ଷ୍ଟେଟପୋଲରୁ ୧୬୨ଲେଖାଏଁ, ରାୟଗଡ଼ାରୁ ୧୪୮, ଗଞ୍ଜାମରୁ ୧୨୯, ସୋନପୁରରୁ ୧୨୩, ବଲାଙ୍ଗିରରୁ ୧୧୯, ଭଦ୍ରକରୁ ୧୧୭, ଝାରସୁଗୁଡ଼ାରୁ ୧୧୧, ମାଲକାନଗିରିରୁ ୧୦୩, କନ୍ଧମାଳରୁ ୯୦, ଗଜପତିରୁ ୮୫, ଦେଓଗଡ଼ରୁ ୫୫ ଓ ନୂଆପଡ଼ା ଜିଲ୍ଲାରୁ ୫୩ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୪ହଜାର ୯୯୭ ହୋଇଥିବାବେଳେ ୬ଲକ୍ଷ ୭୦ହଜାର ୫୨୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୭୫୪ଜଣଙ୍କର ମୃତ୍ୟୁ ଘଟିଛି ଓ ୯୧ହଜାର ୬୬୩ ଜଣ ଚିକିତ୍ସିତ ହେଉଛନ୍ତି।