ଦିନକରେ ଆଉ ୧୧,୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୧ହଜାର ୧୦୮ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୨୧୯ଜଣ ଓ ସ୍ଥାନୀୟ ସଂକ୍ରମଣ ୪,୮୮୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୭୯ହଜାର ୫୭୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୫୧, କଟକରୁ ୯୪୪, ଅନୁଗୁଳରୁ ୮୬୪, ସୁନ୍ଦରଗଡ଼ରୁ ୭୦୮, ମୟୁରଭଞ୍ଜରୁ ୬୩୫, ବାଲେଶ୍ୱରରୁ ୫୦୯, ଭଦ୍ରକରୁ ୪୮୯, ପୁରୀରୁ ୪୭୩, ଯାଜପୁରରୁ ୩୯୬, ସମ୍ବଲପୁରରୁ ୩୮୪, ନବରଙ୍ଗପୁରରୁ ୩୫୭, ଭଦ୍ରକରୁ ୩୩୯, ନୟାଗଡ଼ରୁ ୩୩୨, ଜଗତସିଂହପୁରରୁ ୩୧୮ ଓ ବଲାଙ୍ଗିର ଜିଲ୍ଲାରୁ ୨୯୮ଜଣ ରହିଛନ୍ତି। ସେହିପରି ବୌଦ୍ଧରୁ ୨୭୩, ଷ୍ଟେଟପୋଲରୁ ୨୫୪, କୋରାପୁଟରୁ ୨୫୧, ଗଞ୍ଜାମରୁ ୨୧୪, ରାୟଗଡ଼ାରୁ ୨୦୯, ସୋନପୁରରୁ ୧୮୦, କେଉଁଝରରୁ ୧୬୯, ଗଜପତିରୁ ୧୫୭, କେନ୍ଦ୍ରାପଡ଼ାରୁ ୧୫୦, କନ୍ଧମାଳରୁ ୧୩୨, ଢେଙ୍କାନାଳରୁ ୧୩୧, ଦେଓଗଡ଼ରୁ ୧୨୫, ନୂଆପଡ଼ାରୁ ୧୧୪, ଝାରସୁଗୁଡ଼ାରୁ ୧୧୩, ମାଲକାନଗିରିରୁ ୧୦୦ ଓ କଳାହାଣ୍ଡି ଜିଲ୍ଲାରୁ ୩୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୭୯ହଜାର ୫୭୦ ହୋଇଥିବାବେଳେ ୫ଲକ୍ଷ ୬୭ହଜାର ୩୮୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୪୫୬ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୯ହଜାର ୬୩୯ଜଣ ଚିକିତ୍ସିତ ହେଉଛନ୍ତି।