୨୪ ତାରିଖରେ ଲଘୁଚାପ ବାତ୍ୟାରେ ପରିଣତ ହେବା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଇଛି। ୨୪ ତାରିଖରେ ବାତ୍ୟାର ପରିଣତ ହେବାର ସମ୍ଭାବନା ରହିଛି। ଆଉ ୨୬ ସକାଳେ ଓଡ଼ିଶା ଓ ବଙ୍ଗ ଉପକୂଳ ନିକଟରେ ପହଂଚିବା ନେଇ ପୂର୍ବାନୁମାନ କରାଯାଉଛି। ଏନେଇ ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଓଡ୍ରାଫ, ଅଗ୍ନିଶମ ଓ ଏନଡିଆରଏଫ ଟିମକୁ ବିଭିନ୍ନ ସ୍ଥାନକୁ ପଠାଯାଉଛି। ଗୁଜରାଟ ଯାଇଥିବା ଏନଡିଆରଏଫର ୫ଟି ଟିମ୍ ଆଜି ଫେରି ଆସିବେ। ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ରଖି ପ୍ରସ୍ତୁତ ହୋଇଛନ୍ତି। ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଛଡ଼ା ନଯିବା ସହ ଯେଉଁମାନେ ଅଛନ୍ତି ତାଙ୍କୁ ଫେରି ଆସିବାକୁ କୁହାଯାଇଛି। ସହରରେ ଲାଗିଥିବା ହାଇମାଷ୍ଟ ଲାଇଟ ତଳକୁ ଖସାଇ ଅଣାଯିବ। ବିଜ୍ଞାପନ ଲାଗିଥିବା ବିଭିନ୍ନ ହୋର୍ଡିଂ ଓ ବୋର୍ଡ ଖୋଲିବାକୁ କୁହାଯାଇଛି। ୨୪ ସୁଦ୍ଧା ନଖୋଲିଲେ ପୌର କର୍ମଚାରୀ ଜୋର୍ କରି ଖୋଲିବେ ବୋଲି ସୂଚନା ମିଳିଛି।