ମାଟ୍ରିକ ଟାବୁଲେସନ ସପ୍ତାହେ ବଢ଼ିଲା

କଟକ,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମାଟ୍ରିକ ଟାବୁଲେସନ ଓ ରେଜିଷ୍ଟର ଭେରିଫିକେସନକୁ ବୋର୍ଡ ସପ୍ତାହେ ବଢ଼ାଇଛି। ଭେରିଫିକେସନ ଓ ଟାବୁଲେସନ ଶେଷ ତାରିଖ ୨୧ ଥିଲା ଯାହାକି ଏବେ ୨୮ ଯାଏ ବଢ଼ିଯାଇଛି। ଅନ୍ୟପଟେ ହେଡମାଷ୍ଟର ଓ ମେଣ୍ଟର ସ୍କୁଲ ଦ୍ୱାରା ମାର୍କ ଅପଲୋଡ ୨୯ରୁ ୭ଯାଏ ବଢ଼ିଥିବା ସୂଚନା ମିଳିଛି।