ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭୟାନକ ମୋଡ଼ରେ ରହିଛି। ସଂକ୍ରମଣ ରୋକିବା ପାଇଁ ସରକାର ଚଳିତ ମାସ ୫ ତାରିଖରୁ ଲକଡାଉନ ଘୋଷଣା କରିଥିଲେ ସୁଦ୍ଧା ସଂକ୍ରମଣରେ କୌଣସି ସୁଧାର ଦେଖିବାକୁ ମିଳିନାହିଁ। ସୂଚନା ଅନୁସାରେ ଏପ୍ରିଲ ପହିଲାରୁ ୨୦ ତାରିଖ ମଧ୍ୟରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ପାର ହୋଇଛି।
ସୂଚନା ଅନୁସାରେ ଚଳିତ ଏପ୍ରିଲ ମାସ ୧ ତାରିଖରୁ ଗତକାଲି ସୁଦ୍ଧା ୧ ଲକ୍ଷ ୮୯ ହଜାର ୭୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧ ହଜାର ୪୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଗତ ୨୦ ଦିନରେ ମୋଟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ୧ ହଜାର ୨୯୨ରେ ପହଞ୍ଚିଛି। ସେହିପରି ଏହି ୨୦ ଦିନରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୧ ହଜାର ୮୭ ରହିଥିବା ବେଳେ ୩୫୭ ଜଣଙ୍କ ମୃତ୍ୟୁ ହୋଇଛି।