ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧୧ହଜାର ୪୯୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬,୪୩୯ଜଣ ଓ ସ୍ଥାନୀୟ ସଂକ୍ରମଣ ୫,୦୫୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭, କଟକରୁ ୧୧୦୭, ଅନୁଗୁଳରୁ ୮୬୭, ସୁନ୍ଦରଗଡ଼ରୁ ୭୦୩, ମୟୁରଭଞ୍ଜରୁ ୫୩୮, ବାଲେଶ୍ୱରରୁ ୫୨୪, ପୁରୀରୁ ୪୨୪, ବରଗଡ଼ରୁ ୩୯୫, ସମ୍ବଲପୁରରୁ ୩୯୩, ନୟାଗଡ଼ରୁ ୩୮୨, ଯାଜପୁରରୁ ୩୭୮, ନବରଙ୍ଗପୁରରୁ ୩୪୬, ଜଗତସିଂହପୁରରୁ ୩୨୫, ବୌଦ୍ଧରୁ ୩୧୩ ଓ ବଲାଙ୍ଗିର ଜିଲ୍ଲାରୁ ୨୯୪ଜଣ ରହିଛନ୍ତି। ସେହିପରି କୋରାପୁଟରୁ ୨୬୬, ଷ୍ଟେଟପୋଲରୁ ୨୬୧, ଢେଙ୍କାନାଳରୁ ୨୫୧, ଝାରସୁଗୁଡ଼ାରୁ ୨୪୭, ରାୟଗଡ଼ାରୁ ୨୩୩, ଗଞ୍ଜାମରୁ ୨୨୮, ସୋନପୁରରୁ ୨୨୭, କଳାହାଣ୍ଡିରୁ ୨୦୫, କେନ୍ଦ୍ରାପଡ଼ାରୁ ୨୦୪, କେଉଁଝରରରୁ ୧୯୩, ନୂଆପଡ଼ାରୁ ୧୫୨, ଭଦ୍ରକରୁ ୧୩୪, ଦେଓଗଡ଼ରୁ ୧୧୪, ମାଲକାନଗିରିରୁ ୧୧୦, କନ୍ଧମାଳରୁ ୧୦୧ ଓ ଗଜପତି ଜିଲ୍ଲାରୁ ୮୬ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯ ହୋଇଥିବାବେଳେ ୫ଲକ୍ଷ ୪୬ହଜାର ୬୩୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୪୦୩ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୬ହଜାର ୮୧୨ ଜଣ ଚିକିତ୍ସିତ ହେଉଛନ୍ତି।