ଭୁବନେଶ୍ବର,ଏନ୍ଏନ୍ଏସ୍: ବିଲେଇକୁ କୁକୁର ମୁହଁରେ ଦେଇ ଗିରଫ ହେଲେ ଅଭିଯୁକ୍ତ। ରବିବାର ଭୁବନେଶ୍ବର ଇନଫୋସିଟ ଥାନା ଅଞ୍ଚଳରେ କୁକୁରକୁ ବିଲେଇ ମୁହଁରେ ଦେବା ଘଟଣା। ଆନିମାଲ କ୍ରୁଏଲିଟି ଆକ୍ଟରେ ଗିରଫ ହେଲେ ଅଭିଯୁକ୍ତ ମୁରଲିଧର ବେହେରା।
ସୂଚନା ଅନୁଯାୟୀ, ରବିବାର ବିଲେଇ ଛୁଆଟି ବାରମ୍ବାର ମୁରଲିଧର ବେହେରାଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିଲା। ଏଥିରେ ରାଗିଯାଇ ସେ ବିଲେଇ ଛୁଆଟିକୁ ରାସ୍ତାକୁ ଫୋଫାଡି ଦେଇଥିଲେ। କୁକୁରମାନେ ଆସୁଥିବା ଦେଖି ମଧ୍ୟ ସେ ଅତି ନୃଶଂସ ଭାବେ ଛୁଆ ବିଲେଇଟିକୁ କୁକୁର ମୁହଁରେ ଦେଇଥିଲେ। ବିଲେଇ ଛୁଆଟିକୁ କୁକୁରମାନେ ଝୁଣି ଝୁଣି ଖାଉଥିବା ଦେଖି ମଧ୍ୟ ସେ ଛୁଆଟିକୁ ବଞ୍ଚାଇନଥିଲା। ସେହି ସମୟରେ ବିଲେଇ ଛୁଆଟିର ମା ଆସି ନିଜ ଛୁଆକୁ କୁକୁରଙ୍କ କବଳରୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ହାରିଯାଇଥିଲା। ଶେଷରେ କୁକୁରମାନେ ବିଲେଇ ଛୁଆଟିକୁ ଝୁଣି ଝୁଣି ଖାଇଥିଲେ।
ଏହି ଘଟଣାର ମୁକସାକ୍ଷୀ ଥିବା ଗୌରବ ଉଦଗତ ନାମକ ବ୍ୟକ୍ତି ଏମ୍ ବେହେରାଙ୍କ ନାମରେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁରଲୀଙ୍କୁ ପଚରାଉଚରା କରିବା ପରେ ବୁଧବାର ତାଙ୍କୁ ଗିରଫ କରିଛନ୍ତି