ଭୁବନେଶ୍ବର,ଏନ୍ଏନ୍ଏସ୍: ଟୋଲ୍ ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର। ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କରୋନା ମହାମାରୀର ଦ୍ବିତୀୟ ଲହରରେ ଟୋଲ ଟିକସ ଛାଡ଼ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ମେଡିକାଲ ଅକ୍ସିଜେନ ଟ୍ୟାଙ୍କର, ସିଲିଣ୍ଡର ପରିବହନ ଗାଡିକୁ ରାଜ୍ୟରେ ଥିବା କୌଣସି ଟୋଲ୍ ଗେଟରେ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି।
ଏନେଇ ଲେବର ଡିପାର୍ଟମେଣ୍ଟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ଫି ଛାଡ କରାଯିବ। ଏନେଇ ଲେବର ଡିପାର୍ଟମେଣ୍ଟ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି।