Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହତାଧିକାରୀ ଫେରାଇବେ କାଳିଆ ଟଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ସର୍ବୋତ୍କୃଷ୍ଟ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯାଞ୍ଚ ପରେ ମୋଟ ୩ଲକ୍ଷ ୪୧ ହଜାର ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରାୟ ୧୨ ହଜାର ବଡ଼ଚାଷୀ କାଳିଆ ସହାୟତା ପାଇଛନ୍ତି। ସେହି ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଇଥିବା ସହାୟତା ଅର୍ଥ ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ, କାରଣ ସେମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ପ୍ରାୟ ୯ହଜାର ନାବାଳକ/ନାବାଳିକା କାଳିଆ ଯୋଜନାରେ ସହାୟତା ପାଇଛନ୍ତି। ଯେହେତୁ ସେମାନଙ୍କ ପରିବାର ମୁଖ୍ୟମାନେ ସହାୟତା ରାଶି ପାଇଛନ୍ତି, ସେହି ପରିବାରମାନଙ୍କୁ ପରବର୍ତ୍ତୀ କିସ୍ତି ସହାୟତା ରାଶିରେ ବ୍ୟବସ୍ଥିତ କରାଯିବ। ପ୍ରାୟ ୨ହଜାର ସରକାରୀ ଚାକିରିଆ ବା ପେନସନ୍ଭୋଗୀ ଯେଉଁମାନେ କି କାଳିଆ ସହାୟତା ପାଇଛନ୍ତି ସେମାନଙ୍କୁ ଏହି ରାଶି ଫେରସ୍ତ କରିବାକୁ କୁହାଯିବ ଅନ୍ୟଥା ସେମାନଙ୍କ ବେତନ ବା ପେନସନରୁ ଏହି ରାଶି ଭରଣା କରାଯିବାର ବ୍ୟବସ୍ଥା କରାଯିବ। ପ୍ରାୟ ୩ଲକ୍ଷ ହିତାଧିକାରୀ, ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ କାଳିଆ ସହାୟତା ପାଇଛନ୍ତି। ସେମାନଙ୍କ କ୍ଷେତ୍ରରେ ପରିବାରର ଜଣକୁ ସହାୟତା ପାଇଁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ରାଶି ପରବର୍ତ୍ତୀ କିସ୍ତିରେ ବ୍ୟବସ୍ଥିତ କରାଯିବ। ଅର୍ଥାତ୍ ଗୋଟିଏ ପରିବାରରୁ ୩ଜଣ ସହାୟତା ପାଇଥିଲେ ପରବର୍ତ୍ତୀ କିସ୍ତିରେ ଜଣକୁ ଯୋଗ୍ୟ ବିବେଚନା କରି ଅନ୍ୟମାନେ ପାଇଥିବା ଅର୍ଥ ବ୍ୟବସ୍ଥିତ କରାଯିବ।

୨୦୧୮ ମସିହା ଡିସେମ୍ବର ମାସରେ ‘କାଳିଆ’ ଯୋଜନା ଆରମ୍ଭ ହୋଇଥିଲା। ସରକାର ୨୦୧୯ ମେ’ ମାସ ସୁଦ୍ଧା ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ(ଭାଗଚାଷୀ)ଙ୍କୁ ଚିହ୍ନଟ କରି ସେମାନଙ୍କୁ ୫ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ସେହିପରି ୧୪ ଲକ୍ଷ ୭୦ ହଜାର ୫୮୦ଜଣ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ଚିହ୍ନଟ କରାଯାଇ ଅନ୍ଲାଇନ ମାଧ୍ୟମରେ ୫ହଜାର ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯାଇଥିଲା। ସର୍ବମୋଟ ୫୧ ଲକ୍ଷ ୫ ହଜାର ୨୯୦ କୃଷି ପରିବାର ୨୦୧୯ ମେ ମାସ ୨୯ ତାରିଖ ସୁଦ୍ଧା ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଇଥିଲେ। ଉକ୍ତ ଯୋଜନାର ସ୍ୱଚ୍ଛତା ଓ ଏଥିରେ ସଂଶ୍ଲିଷ୍ଟ ସମସ୍ତ ହିତାଧିକାରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ହିତାଧିକାରୀ ତାଲିକା ପ୍ରତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ୱେବ୍ ପୋର୍ଟାଲରେ ୦୬ ଅଗଷ୍ଟ ୨୦୧୯ ଦିନ ପ୍ରକାଶ କରାଯାଇଥିଲା।। ହିତାଧିକାରୀମାନଙ୍କ ପ୍ରକୃତ ଯୋଗ୍ୟତା ତଦାରଖ କରିବା ସହ ବାକି ରହିଥିବା ୪୦ଲକ୍ଷ ୨୧ହଜାର ୧୧୩ଟି ଦରଖାସ୍ତ ତଥ୍ୟ ଯାଞ୍ଚ କରାଯାଇଥିଲା। ଯଦି କୌଣସି ଯୋଗ୍ୟ ହିତାଧିକାରୀମାନେ ଅନୁଭବ କରନ୍ତି ଯେ, ସେମାନେ ଭୁଲ୍ କ୍ରମେ ଯୋଗ୍ୟ ବିବେଚିତ ତାଲିକରୁ ବାଦ୍ ପଡ଼ିଯାଇଛନ୍ତି, ତେବେ ସେମାନେ ଦସ୍ତାବିଜ ସହ ୱେବସାଇଟ ମାଧ୍ୟମରେ ଆବେଦନ କରିପାରିବେ। ସେହି ଦରଖାସ୍ତଗୁଡ଼ିକ ଯାଞ୍ଚ କରାଯାଇ ସେମାନଙ୍କୁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ପଦକ୍ଷେପ ନିଆଯିବ।

ସେପ୍ଟେମ୍ବର ୨୦୧୯ ମଧ୍ୟରେ ସମସ୍ତ ଯୋଗ୍ୟ ହିତାଧିକାରୀମାନେ, ଖରିଫ ୨୦୧୯ କାଳିଆ ଯୋଜନା ସହାୟତା ପାଇପାରିବେ। କୌଣସି ଯୋଗ୍ୟ ହିତାଧିକାରୀ ସ୍ୱେଚ୍ଛାକୃତ ଭାବେ ପାଇଥିବା କାଳିଆ ସହାୟତା ଫେରସ୍ତ କରିବାକୁ ଚାହୁଁଥିଲେ କିମ୍ବା କୌଣସି ଅଯୋଗ୍ୟ ହିତାଧିକାରୀ କାଳିଆ ସହାୟତା ରାଶି ଭଲ୍ୟୁଣ୍ଟାରି ଭାବେ ଫେରସ୍ତ କରିପାରିବେ।