୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୧୬ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ପାଇଁ ମୁଖ୍ୟମନ୍ତ୍ରୀ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା, ବରଗଡ଼, ମାଲକାନଗିରି ଓ ନୂଆପଡ଼ାରେ ଲ୍ୟାବ ହେବ। ପ୍ରତି ଲ୍ୟାବରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଓ ୩ ଟେକ୍ନିସିଆନ ରହିବେ ବୋଲି ଜଣାପଡ଼ିଛି।