Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ବି ରାଜ୍ୟରେ ୧୦ ହଜାର ପାର୍‌ ଦୈନିକ ସଂକ୍ରମଣ, ଆଗରେ ଖୋର୍ଦ୍ଧା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ବି ରାଜ୍ୟରେ ୧୦ ହଜାର ପାର୍‌ ଦୈନିକ ସଂକ୍ରମଣ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କମିବାର ନାଁ ନେଉ ନାହିଁ କରୋନା ସଂକ୍ରମଣ। ମେ’ ମାସରେ ସଂକ୍ରମଣ ବଢିବା ନେଇ କରାଯାଉଥିବା ଅନୁମାନ ସତ ହୋଇଛି। ଲଗାତାର କିଛି ଦିନ ହେବ ରାଜ୍ୟରେ ଦୈନିକ ୧୦ରୁ ୧୧ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟର ୩୦ ଜିଲ୍ଲାରୁ ୧୦୦୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୪୫୬, ବାଲେଶ୍ୱରରୁ ୨୩୦, ବଲାଙ୍ଗିରରୁ ୨୪୮, ବରଗଡରୁ ୪୫୦, ଭଦ୍ରକରୁ ୨୪୮, ବୌଦ୍ଧରୁ ୧୮୩, କଟକରୁ ୭୨୦, ଦେବଗଡରୁ ୧୧୮, ଢେଙ୍କାନାଳରୁ ୨୪୪, ଗଜପତିରୁ ୮୯, ଗଞ୍ଜାମରୁ ୨୦୯, ଜଗତସିଂହପୁରରୁ ୧୧୫, ଯାଜପୁରରୁ ୩୨୮, ଝାରସୁଗୁଡାରୁ ୪୧୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଳାହାଣ୍ଡିରୁ ୪୩୩, କନ୍ଧମାଳରୁ ୭୫, କେନ୍ଦ୍ରପଡାରୁ ୨୪୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ମାଲକାନଗିରିରୁ ୬୨, ମୟୂରଭଞ୍ଜରୁ ୨୦୭, ନବରଙ୍ଗପୁରରୁ ୩୦୬, ନୟାଗଡରୁ ୨୬୯, ନୂଆପଡାରୁ ୩୧୧, ପୁରୀରୁ ୭୦୮, ରାୟଗଡାରୁ ୧୩୨, ସମ୍ବଲପୁରରୁ ୩୦୨, ସୋନପୁରରୁ ୧୬୯, ସୁନ୍ଦରଗଡରୁ ୮୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ ୨୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୪୪ ହଜାର ୮୭୩ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୪୭ ହଜାର ୮୬୩ ଜଣ ସୁସ୍ଥ ହୋଇଛନ୍ତି ଓ ୯୪ ହଜାର ୭୭୭ ଜଣ ଚିକିତ୍ସାଧୀନ ଅଛନ୍ତି।