ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସବୁ ରେକର୍ଡ଼ ଭାଙ୍ଗିଲା ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରଥମ ଥର ଲାଗି ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୫,୮୮୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪,୫୨୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୨ଟି ଜିଲ୍ଲାରୁ ହଜାରେରୁ ଅଧିକ ସଂକ୍ରମଣ ମାମଲା ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୭୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧,୧୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୁଳରୁ ୩୯୨, ବାଲେଶ୍ୱରରୁ ୧୨୪, ବରଗଡ଼ରୁ ୫୧୧, ଭଦ୍ରକରୁ ୨୦୧, ବଲାଙ୍ଗିରରୁ ୧୬୦, ବୌଦ୍ଧରୁ ୮୭, କଟକରୁ ୮୨୮, ଦେବଗଡ଼ରୁ ୧୦୩, ଢ଼େଙ୍କାନାଳରୁ ୪୨, ଗଜପତିରୁ ୧୫୬, ଗଞ୍ଜାମରୁ ୨୩୨, ଜଗତସିଂହପୁରରୁ ୨୪୧, ଯାଜପୁରରୁ ୩୩୨, ଝାରସୁଗୁଡ଼ାରୁ ୪୪୨, କଳାହାଣ୍ଡିରୁ ୩୭୬, କନ୍ଧମାଳରୁ ୫୫, କେନ୍ଦ୍ରାପଡ଼ାରୁ ୭୭, କେନ୍ଦୁଝରରୁ ୧୨୬, କୋରାପୁଟରୁ ୬୮, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୨୪୭, ନବରଙ୍ଗପୁରରୁ ୩୭୮, ନୟାଗଡ଼ରୁ ୨୧୮, ନୂଆପଡ଼ାରୁ ୪୧୮, ପୁରୀରୁ ୫୩୩, ରାୟଗଡ଼ାରୁ ୨୦୦, ସମ୍ବଲପୁରରୁ ୪୨୬, ସୋନପୁରରୁ ୧୩୦ ଓ ଷ୍ଟେଟପୁଲରୁ ୩୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି ଓ ୬୭ ହଜାର ୮୬ ଜଣ ଚିକିତ୍ସାଧୀନ ଅଛନ୍ତି।