ଭୁବନେଶ୍ୱର,ଏନ୍ଏନ୍ଏସ୍: ବ୍ୟକ୍ତିଗତ ପ୍ରେସକ୍ରିପସନ୍ ବା ଲୋକଙ୍କ କହିବା ଅନୁଯାୟୀ କୋଭିଡ ମେଡିସିନ ଡେଲିଭେରି କରୁଥିବା ସପ୍ଲାଏରଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଏମାନଙ୍କ ବିରୋଧରେ ଡ୍ରଗ ଫ୍ଲାଇଙ୍ଗ ସ୍କ୍ବାଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
କୋଭିଡ ଔଷଧକୁ ସପ୍ଲାଏ କରୁଥିବା ଲୋକମାନେ ଡାକ୍ତରଙ୍କ ବିନା ଅନୁମତିରେ ଲୋକଙ୍କ କହିବା ଅନୁଯାୟୀ ଔଷଧକୁ ସପ୍ଲାଏ କରୁଛନ୍ତି। ତେବେ ଏଭଳି ବ୍ୟକ୍ତିଗତଭାବେ କୋଭିଡ଼ ମେଡିସିନ ଦେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଜଶୱନ୍ତ ଜେଠୱା କହିଛନ୍ତି। ରାଜ୍ୟ ବାହାରକୁ ମଧ୍ୟ କୋଭିଡ଼ ମେଡିସିନ ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ତାକୁ ନଜରରେ ରଖି ଏସବୁ କାରବାର ଉପରେ ନଜର ରଖିବାକୁ ଗଠିତ ହୋଇଛି ୨୩ ଜଣିଆ ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ଼ ଟିମ।