ରାଜ୍ୟରେ ଦୈନିକ ରେକର୍ଡ ଭାଙ୍ଗୁଛି କରୋନା, ପୁଣି ୬୨୧୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନନ୍ଦିନ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ। ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିବା ସହିତ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୬୨୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୩୬୦୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ଓ ୨୬୧୧ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା ଜିଲ୍ଲାରୁ ପୁଣି ସର୍ବାଧିକ ୯୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୮୪, କଳାହାଣ୍ଡିରୁ ୬୮୨, ନୂଆପଡ଼ାରୁ ୪୪୬, କଟକରୁ ୩୮୩, ପୁରୀରୁ ୩୦୬, ବରଗଡ଼ରୁ ୨୬୮, ସମ୍ବଲପୁରରୁ ୨୬୩, ଝାରସୁଗୁଡ଼ାରୁ ୨୬୧, ନବରଙ୍ଗପୁରରୁ ୨୫୭, ବଲାଙ୍ଗିରରୁ ୨୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟପୁଲରୁ ୧୯୩, ଅନୁଗୁଳରୁ ୧୭୩, କେନ୍ଦୁଝରରୁ ୧୫୭, ମୟୂରଭଞ୍ଜରୁ ୧୧୫, ଭଦ୍ରକରୁ ୮୬, ଯାଜପୁରରୁ ୮୫, ନୟାଗଡ଼ରୁ ୮୨, ବାଲେଶ୍ୱରରୁ ୭୯, ରାୟଗଡ଼ାରୁ ୭୦, ଗଞ୍ଜାମରୁ ୬୭, ସୋନପୁରରୁ ୬୫, ଜଗତସିଂହପୁରରୁ ୬୨, କୋରାପୁଟରୁ ୫୮, ଗଜପତିରୁ ୪୭, କେନ୍ଦ୍ରାପଡ଼ାରୁ ୪୧, କନ୍ଧମାଳରୁ ୩୪, ଦେବଗଡ଼ରୁ ୩୩, ମାଲକାନଗିରିରୁ ୨୧, ବୌଦ୍ଧରୁ ୨୦ ଓ ଢ଼େଙ୍କାନାଳରୁ ୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪ରେ ପହଞ୍ଚିଛି। ସେଥିରୁ ୩ ଲକ୍ଷ ୫୩ ହଜାର ୫୫୧ ଜଣ ସୁସ୍ଥ ହୋଇଛନ୍ତି ଓ ୩୯ ହଜାର ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି।