ମେ’ ୧୩ରେ ସିନେମାଘରେ ରିଲିଜ ହେବ ‘ରାଧେ’

ମୁମ୍ବାଇ: ଇଦ୍ ରିଲିଜ ପରମ୍ପରାକୁ ଦୃଷ୍ଟିରେ ରଖି ସଲମାନ ଖାନ୍ ଫିଲ୍ମସ୍ ଓ ଜୀ ଷ୍ଟୁଡିଓ ଫିଲ୍ମ ‘ରାଧେ’ର ମେଗା ରିଲିଜ ଘୋଷଣା କରିଛି। ସଲମାନ ଖାନ୍ ଅଭିନୀତ ‘ରାଧେ’ ମେ’ ୧୩ରେ ସିନେମାଘର ସହ ଓଟିଟି ପ୍ଲାଟଫର୍ମ ଓ ସମସ୍ତ ଡିଟିଏଚ୍ ପ୍ଲାଟଫର୍ମରେ ରିଲିଜ ହେବ। ଏଥିସହିତ ବିଦେଶରେ ଯେଉଁଠି ବି ସିନେମା ଘର ଖୋଲା ଅଛି ସେଠାରେ ମଧ୍ୟ ମେ’ ୧୩ରେ ରାଧେ ରିଲିଜ କରାଯିବ। ଫିଲ୍ମର ଏକ ପୋଷ୍ଟର ରିଲିଜ କରି ସଲମାନ ଏସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରଭୁଦେବାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସଲମାନଙ୍କ ବିପକ୍ଷରେ ଦିଶା ପଟାନୀ ନଜର ଆସିବେ। ସଲମାନ ଓ ଦିଶାଙ୍କ ବ୍ୟତୀତ ଜ୍ୟାକି ଶ୍ରୋଫ ଓ ରଣଦୀପ ହୁଡ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିବ।