ଭୁବନେଶ୍ୱରରେ ୪୬୮ କରୋନାରେ ସଂକ୍ରମିତ, ସଂଖ୍ୟା ୩୬,୧୪୭କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଜି ୪୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୨ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ହଜାର ୧୪୭କୁ ବୃଦ୍ଧି ପାଇଛି। ଅନ୍ୟପଟେ ୧୨୩ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ହଜାର ୧୪୭ ହୋଇଥିବାବେଳେ ୩୩ହଜାର ୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫୦ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୮୨୭ଜଣ ଚିକିତ୍ସିତ ହେଉଛନ୍ତି।