Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଧାମରା ନଦୀରେ ୧୧୦ କୋଟି ବ୍ୟୟରେ ହେବ ଆରଓ-ପ୍ୟାକ୍ସ ଜେଟି ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ସାଗରମାଳା ଯୋଜନା ଅଧୀନରେ ଭଦ୍ରକ ଜିଲ୍ଲାର କାଣୀନାଳି ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆକୁ ସଂଯୋଗ କରୁଥିବା ସବୁଦିନିଆ ଆରଓ-ପ୍ୟାକ୍ସ (ରୋଲ-ଅନ୍/ରୋଲ୍ ଅଫ ଯାତ୍ରୀବାହୀ) ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ୫୦.୩୦ କୋଟି ଟଙ୍କା ବ୍ୟୟ କରାଯିବା ନେଇ ଆଜି ପ୍ରଶାସନିକ ଅନୁମୋଦନ ମିଳିଛି।

ଏହି ପ୍ରକଳ୍ପ ପାଇଁ ମୋଟ ୧୧୦.୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବାବେଳେ ଅତିରିକ୍ତ ୫୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ବହନ କରିବେ। କାଣୀନାଳି ଏବଂ ତାଳଚୁଆ ଠାରେ ଆରଓ-ପ୍ୟାକ୍ସ ପୋତାଶ୍ରୟ ସାଙ୍ଗକୁ ପାର୍କିଂ ଅଞ୍ଚଳ ବିକାଶ, ନୌବାଣିଜ୍ୟ ସହାୟତା ଓ ଖନନ ଭଳି ଉପଯୋଗିତା ଭିତ୍ତିଭୂମି ନିର୍ମାଣ ପାଇଁ ଏହି ଅର୍ଥ ବ୍ୟୟ କରାଯିବ। ଏହି ଜଳ ମାର୍ଗ ହେବା ଫଳରେ ପୂର୍ବରୁ ଯେଉଁ ଦୂରତା ଅତିକ୍ରମ କରିବା ଲାଗି ୬ ଘଣ୍ଟା ଲାଗୁଥିଲା ତାହା ମାତ୍ର ୧ ଘଣ୍ଟାରେ ଅତିକ୍ରମ କରିହେବ। ବର୍ତ୍ତମାନର ଘାଟରେ ସବୁଦିନିଆ ଆରଓ-ପ୍ୟାକ୍ସ ଜେଟି ନିର୍ମାଣ କରାଯିବା ଫଳରେ ନୌକା, ଲଞ୍ଚ୍ ଓ ଅନ୍ୟ ଡଙ୍ଗାର ଯାତାୟାତ ପାଇଁ ସୁବିଧା ହେବ। ସେହିପରି ଏକ ସମୟରେ ଦଶଟି ହାଲକା ମୋଟର ଯାନ, ୨୦ଟି ଦୁଇ ଚକିଆ ଓ ୬୦ ଜଣ ଯାତ୍ରୀଙ୍କୁ ପରିବହନ କରିପାରୁଥିବା ବଡ଼ ଯାନ୍ତ୍ରିକ ପୋତ ଚଳାଚଳ ପାଇଁ ଭିତ୍ତିଭୂମି ନିର୍ମିତ ହେବ। ଏଥିରେ ଯାତ୍ରୀ ଓ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ। ଏହି ପ୍ରକଳ୍ପ ଧାମରା ନଦୀ ଚତୁଃପାର୍ଶ୍ୱରେ ଥିବା ଲୋକମାନଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସାଙ୍ଗକୁ ତାଳଚୁଆରୁ ଧାମରା ପର୍ଯ୍ୟନ୍ତ ୨୦୦ କି.ମି ରାସ୍ତା ଦୂରତାକୁ ହ୍ରାସ କରିବ।

ଏହି ପ୍ରକଳ୍ପ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି। ଓଡ଼ିଶାର ବିକାଶ ପାଇଁ ନିରନ୍ତର ଦୃଷ୍ଟି ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମଣ୍ଡଭୀୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲାର କାଣୀନାଳି ଓ କେନ୍ଦ୍ରାପଡ଼ାର ତାଳଚୁଆ ଯଥାକ୍ରମେ ଧାମରା ବନ୍ଦରର ଉତ୍ତର ଏବଂ ଦକ୍ଷିଣ ତଟରେ ଅବସ୍ଥିତ। ତାଳଚୁଆ ଏବଂ ଏହାର ଆଖପାଖ ଗ୍ରାମର ଲୋକମାନେ ସେମାନଙ୍କର ଜୀବିକା ପାଇଁ ଧାମରା ବନ୍ଦର ଉପରେ ନିର୍ଭର କରିଥାନ୍ତି, ଯାହାକି କାଣିନାଳୀ ଘାଟ ଠାରୁ ୪ କିମି ଦୂରରେ ଅବସ୍ଥିତ। ସଡ଼କ ପଥରେ କୌଣସି ଯୋଗାଯୋଗ ବ୍ୟବସ୍ଥା ନଥିବା କାରଣରୁ ଲୋକମାନଙ୍କୁ କାଣୀନାଳି ଏବଂ ତାଳଚୁଆ ଘାଟରୁ ନଦୀରେ ପାଖାପାଖି ସାତ କିମି ରାସ୍ତା ଡଙ୍ଗାରେ ବସି ପାର ହେବାକୁ ପଡ଼ିଥାଏ। ବର୍ତ୍ତମାନ ଯାତ୍ରୀମାନେ ଘରୋଇ ଡଙ୍ଗାରେ ଅସୁରକ୍ଷିତ ଭାବେ ଯାତ୍ରା କରୁଛନ୍ତି। ଦୈନିକ ଲଞ୍ଚରେ ଗାଡ଼ି ନେଇ ଚଢ଼ିବା ଓ ଓହ୍ଲାଇବା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଏହି ପ୍ରକଳ୍ପଟି ତିଆରି ହେଲେ ଯାତ୍ରୀ ଓ ବାହନଗୁଡ଼ିକର ସୁରକ୍ଷା ବୃଦ୍ଧି ପାଇବ। ଏହାସହ ବାଣିିଜ୍ୟିକ ଓ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ।