ରାଜଧାନୀରେ ୭୫ କରୋନା ରୋଗୀ ଆକ୍ରାନ୍ତ: ସ୍ଥାନୀୟ ସଂକ୍ରମଣ ୬୨

ଭୁବନେଶ୍ୱର,ଏନ୍ଏନ୍ଏସ୍:ରାଜଧାନୀରେ ୭୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩ଜଣ ଓ ସ୍ଥାନୀୟ ସଂକ୍ରମଣ ୬୨ଜଣ ରହିଛନ୍ତି। ଅନ୍ୟପଟେ ୧୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୭୫ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୭୩୧ ହୋଇଥିବାବେଳେ ୩୧ହଜାର ୯୭୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୮୭ଜଣ ଚିକିତ୍ସିତ ହୋଇଛନ୍ତି।