ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨୧୫ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୮ହଜାର ୧୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୬, କଟକ ଓ ନୂଆପଡ଼ାରୁ ୨୦ ଲେଖାଏଁ, କଳାହାଣ୍ଡି, ସୁନ୍ଦରଗଡ଼ ଓ ଷ୍ଟେଟପୋଲରୁ ୧୨ ଲେଖାଏଁ, ସମ୍ବଲପୁରରୁ ୧୧, ଝାରସୁଗଡ଼ା ଓ ମୟୁରଭଞ୍ଜରୁ ୧୦ ଲେଖାଏଁ, ବଲାଙ୍ଗିରରୁ୯, ବରଗଡ଼ରୁ ୮, ବାଲେଶ୍ୱର ଓ ଗଞ୍ଜାମରୁ ୬ ଲେଖାଏଁ, ଯାଜପୁର, କେଉଁଝର ଓ ପୁରୀରୁ ୫ ଲେଖାଏଁ, ବୌଦ୍ଧ ଓ ଜଗତସିଂହପୁରରୁ ୪ ଲେଖାଏଁ, ଅନୁଗୁଳରୁ ୩, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୨ ଲେଖାଏଁ, ରାୟଗଡ଼ାରୁ ଜଣେ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୩ହଜାର ୨୬୮ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩ଲକ୍ଷ ୩୮ହଜାର ୧୫୦ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୯୨୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୧୯୬ ଜଣ ଚିକିତ୍ସିତ ହେଉଛନ୍ତି।