‘ରାମ ସେତୁ’ ଫିଲ୍ମ ସେଟର ୪୫ ଜଣ ଜୁନିଅର କଳାକାର କରୋନା ପଜିଟିଭ

ମୁମ୍ବାଇ,ଏଜେନ୍ସି: ଅକ୍ଷୟ କୁମାରଙ୍କ ପରେ ‘ରାମ ସେତୁ’ ଫିଲ୍ମ ସେଟର ୪୫ ଜୁନିଅର କଳାକାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅକ୍ଷୟ କୁମାର ଗତକାଲି କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପୂର୍ବରୁ ଅକ୍ଷୟ ‘ରାମ ସେତୁ’ ଫିଲ୍ମର ସୁଟିଂରେ ଥିଲେ। ସେ କରୋନା ପଜିଟିଭ ଚିହ୍ନଟ ପରେ ସେଟର ଅନ୍ୟ କଳାକାରଙ୍କ କରୋନା ଟେଷ୍ଟ ହୋଇଥିଲା। ସେଥିରୁ ୪୫ ଜଣ ଜୁନିଅର କଳାକାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଫେଡରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପେ୍ଲାଇଜର ସାଧାରଣ ସଚିବ ଅଶୋକ ଦୁବେ ଏ ସମ୍ପର୍କରେ ସୂଚନା ଦେବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ଏହି ୪୫ ଜଣ କଳାକାରଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।