ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୨୪ ଘଣ୍ଟାରେ ୨୧୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୯ଜଣ ଓ ସ୍ଥାନୀୟ ସଂକ୍ରମଣ ୮୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୦ହଜାର ୬୨୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ରୁ ସର୍ବାଧିକ ୩୪, ନୂଆପଡ଼ାରୁ ୨୯, ସୁନ୍ଦରଗଡ଼ରୁ ୨୬, ଖୋର୍ଦ୍ଧାରୁ ୨୫, କଟକରୁ ୧୬, କଳାହାଣ୍ଡିରୁ ୧୩, ଅନୁଗୁଳରୁ ୧୨, ବଲାଙ୍ଗିରରୁ ୯, ବାଲେଶ୍ୱର, ଗଞ୍ଜାମ, ନବରଙ୍ଗପୁର ଓ ଷ୍ଟେଟପୋଲରୁ ୬ ଲେଖାଏଁ, ମୟୁରଭଞ୍ଜରୁ ୫, ଯାଜପୁରରୁ ୪, ଢେଙ୍କାନାଳ, ଜଗତସିଂହପୁର, ନୟାଗଡ଼ ଓ ରାୟଗଡ଼ାରୁ ୩ ଲେଖାଏଁ, କେଉଁଝର ଓ ପୁରୀରୁ ୨ ଲେଖାଏଁ, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଓ ସୋନପୁରରୁ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦ଲକ୍ଷ ୨୩ହଜାର ୯୮ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୦ହଜାର ୬୨୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୬ହଜାର ୮୦୯ଜଣ ସୁସ୍ଥ ହୋଇଛନ୍ତି, ୧୯୨୧ଜଣଙ୍କର ମୃତ୍ୟୁ ଘଟିଛି ଓ ୧୮୩୭ ଜଣ ଚିକିତ୍ସିତ ହେଉଛନ୍ତି।