ନାଲକୋରେ ନିଯୁକ୍ତି ଦାବି କରି ପୁଲିସ ଓ ବିସ୍ଥାପିତ ମୁହାଁମୁହିଁ

କୋରାପୁଟ,ଏନ୍ଏନ୍ଏସ୍:ନାଲକୋରେ ନିଯୁକ୍ତି ଦାବି କରି ପୁଲିସ ଓ ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଉପରକୁ ଆନ୍ଦୋଳନକାରୀଙ୍କ ପଥର ମାଡ଼ ଯୋଗୁ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଅନ୍ୟପଟେ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା ଓ ଲୁହବୁହା ଗ୍ୟାସ ଛଡ଼ାଯାଇଛି। ଅଁଳାବାଡିରୁ ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି ହୋଇଛି। ୨୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇଛି। ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ, ସୁନାବେଡା ଏସଡିପିଓ, ଏସପି ବରୁଣ ଗୁଣ୍ଟୁ ଓ କୋରାପୁଟ ତହସିଲଦାର ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ନାଲକୋରେ ନିଯୁକ୍ତି ଦାବି କରି ୪ ଦିନ ହେଲା ନାଲକୋ ରୋଡରେ ବିସ୍ଥାପିତମାନେ ରାସ୍ତାରୋକ ସହ ଧାରଣାରେ ବସିଥିଲେ। ଆଜି ପ୍ରଶାସନ ତରଫରୁ ବିସ୍ଥାପିତଙ୍କୁ ବୁଝାସୁଝା କରାଯାଉଥିବା ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା।