ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ଏହା ପୂର୍ବରୁ ଯଦି କୌଣସି ଦିବ୍ୟାଙ୍ଗ ଯୁବତୀଙ୍କୁ ଦିବ୍ୟାଙ୍ଗ ଯୁବକ ବିବାହ କରୁଥିଲେ ତେବେ ପ୍ରୋତ୍ସାହନ ରାଶି ଭାବେ ୫୦ ହଜାର ଟଙ୍କା ମିଳୁଥିଲା। ହେଲେ ଏବେ ଏହି ରାଶି ୨ ଲକ୍ଷ ୫୦ ହଜାରକୁ ବୃଦ୍ଧି କରାଯାଇଛି। ଏନେଇ ସାମାଜିକ ନିରାପତ୍ତା ଏବଂ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗାଇଡଲାଇନ ଜାରି କରିଛନ୍ତି ବିଭାଗୀୟ ସଚିବ।