ସୁଶାନ୍ତ ସିଂ ରାଜପୁତ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୮ ମାସ ବିତିଯାଇଥିଲେ ମଧ୍ୟ ଫ୍ୟାନ୍ସଙ୍କ ହୃଦୟରେ ସେ ଆଜି ବି ଜୀବିତ ଅଛନ୍ତି। ଆଉ ଏବେ ଏହି ଦିବଙ୍ଗତ ଅଭିନେତା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୁଶାନ୍ତଙ୍କୁ ଏକ ଖାସ୍ ଆୱାର୍ଡରେ ସମ୍ମାନିତ କରାଯାଇଛି।

ମୁମ୍ବାଇରେ ଆୟୋଜିତ ହୋଇଥିବା ଦାଦା ସାହେବ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଅନେକ ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ଇତିମଧ୍ୟରେ ସୁଶାନ୍ତଙ୍କୁ କ୍ରିଟିକ୍ସ ବେଷ୍ଟ ଆକ୍ଟର ରୂପେ ସମ୍ମାନିତ କରାଯାଇଛି। ସୁଶାନ୍ତଙ୍କୁ ଏହି ଆୱାର୍ଡ ତାଙ୍କ ଶେଷ ଫିଲ୍ମ ‘ଦିଲ୍ ବିଚାରା’ ପାଇଁ ଦିଆଯାଇଛି।

ସୂଚନାଯୋଗ୍ୟ, ସୁଶାନ୍ତ ‘କାଇ ପୋଛେ’ ଫିଲ୍ମ ଜରିଆରେ ବଲିଉଡକୁ ଡେବ୍ୟୁ କରିଥିଲେ। ଖାସ୍ କଥାଟି ହେଲା, ‘କାଇ ପୋଛେ’କୁ ଆଜି ୮ ବର୍ଷ ପୂରିଯାଇଛି। ପରେ ସେ ଏମଏସ ଧୋନୀ, କେଦାରନାଥ, ଛିଛୋରେ ଓ ସୁଦ୍ଧ ଦେଶୀ ରୋମାନ୍ସ ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି।