ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ନେଇ କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଓଡ଼ିଶାର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଆସନ୍ତାକାଲି ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ଉକ୍ତ ମାମଲାର ଜରୁରୀ ଶୁଣାଣି ପାଇଁ ଓଡ଼ିଶା ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏଥିରେ ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ଓଡ଼ିଶା ଦର୍ଶାଇଥିଲା।