ଦିନକରେ ଆଉ ୧୧୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୧୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୮ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୧, ବରଗଡ଼ରୁ ୧୧, ଖୋର୍ଦ୍ଧାରୁ ୯, ପୁରୀ, ନୂଆପଡ଼ା ଓ ଅନୁଗୁଳରୁ ୮ ଲେଖାଏଁ, ବାଲେଶ୍ୱର ଓ କଟକରୁ ୭ ଲେଖାଏଁ, ଯାଜପୁରରୁ ୬, ମୟୁରଭଞ୍ଜ ଓ ଗଞ୍ଜାମରୁ ୫ ଲେଖାଏଁ, ସମ୍ବଲପୁର ଜିଲ୍ଲାରୁ ୪ ଜଣ ରହିଛନ୍ତି। ସେହିପରି ବଲାଙ୍ଗିର ଓ ରାୟଗଡ଼ାରୁ ୩ ଲେଖାଏଁ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୨ ଲେଖାଏଁ, ଦେଓଗଡ଼, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ଓ ଷ୍ଟେଟପୋଲରୁ ୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୭ଲକ୍ଷ ୯ ହଜାର ୬୦୬ ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୫ହଜାର ୭୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୧ ହଜାର ୯୬୨ ଜଣ ସୁସ୍ଥ ହୋଇଛନ୍ତି, ୧୯୦୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୫୧ଜଣ ଚିକିତ୍ସିତ ହେଉଛନ୍ତି।