ଦିନକରେ ୨୪ ଜିଲ୍ଲାରୁ ୧୩୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୩୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୧ଜଣ ଓ ସ୍ଥାନୀୟ ସଂକ୍ରମଣ ୫୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୪ ହଜାର ୬୬୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ୨୬, ସୁନ୍ଦରଗଡ଼ ଓ ନୂଆପଡ଼ାରୁ ୧୫ ଲେଖାଏଁ, ପୁରୀ ଓ ସମ୍ବଲପୁରରୁ ୯ ଲେଖାଏଁ, ଖୋର୍ଦ୍ଧାରୁ ୮, ବରଗଡ଼ରୁ ୭, ବାଲେଶ୍ୱରରୁ ୬, ଭଦ୍ରକ, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, କେଉଁଝର, ଅନୁଗୁଳ, ଗଞ୍ଜାମ ଓ ମୟୁରଭଞ୍ଜରୁ ୩ ଲେଖାଏଁ, ଦେଓଗଡ଼ ଓ ଗଜପତି ଓ ସୋନପୁରରୁ ୨ ଲେଖାଏଁ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୬ଲକ୍ଷ ୧୨ ହଜାର ୭୧୩ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୪ହଜାର ୬୬୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୧ ହଜାର ୪୨୭ ଜଣ ସୁସ୍ଥ ହୋଇଛନ୍ତି, ୧୯୦୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୨୮୧ ଜଣ ଚିକିତ୍ସିତ ହେଉଛନ୍ତି।