ଫାଶି ଲଗାଇ ଜୀବନ ହାରିଲେ ପୂର୍ବତନ ବିଗବସ୍ ପ୍ରତିଯୋଗୀ ଜୟଶ୍ରୀ ରମୈୟା

ମୁମ୍ବାଇ: ପୂର୍ବତନ ବିଗବସ କନ୍ନଡ ପ୍ରତିଯୋଗୀ ଜୟଶ୍ରୀ ରମୈୟା ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଜୟଶ୍ରୀ ଗତ କିଛିଦିନ ହେବ ଅବସାଦରେ ପୀଡ଼ିତ ଥିଲେ। ଅବସାଦର ଶିକାର ହୋଇଥିବା ଜୟଶ୍ରୀ ବାଙ୍ଗାଲୁରୁର ସଂନ୍ଧ୍ୟା କିରଣ ଆଶ୍ରମରେ ନିଜର ଚିକିତ୍ସା କରାଉଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଯୋଗୁ କନ୍ନଡ ଫିଲ୍ମ ଉଦ୍ୟୋଗରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ, ୨୦୨୦ ଜୁଲାଇ ୨୨ରେ ଜୟଶ୍ରୀ ଏକ ଟ୍ୱିଟ୍ କରିଥିଲେ। ଏଥିରେ ‘ମୁଁ ଦୁନିଆରୁ ବିଦା ନେଉଛି। ଏହି ଖରାପ ଦୁନିଆ ଓ ଅବସାଦକୁ ଗୁଡବାୟ’ ବୋଲି ଲେଖିଥିଲେ। କିନ୍ତୁ କିଛି ସମୟ ପରେ ଏହି ଟ୍ୱିଟକୁ ଡିଲିଟ କରିଦେଇଥିଲେ। ଆଉ ଏକ ଫେସବୁକ୍ ପୋଷ୍ଟରେ ଅବସାଦରେ ଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ।