ଯୁକ୍ତ ୨ ପରୀକ୍ଷା ଢାଞ୍ଚା ବଦଳିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଢାଞ୍ଚା ବଦଳିବାକୁ ଯାଉଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ ପଡ଼ିବ। ପ୍ରଶ୍ନପତ୍ରରେ ଯୁକ୍ତ ଦୁଇ ପ୍ରଶ୍ନପତ୍ରରେ ୫୦ ପ୍ରତିଶତ ମଲ୍ଟିପୁଲ ଚଏସ୍ ରହିବ। ମଲ୍ଟିପୁଲ ଚଏସର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ୨କିମ୍ବା ୩ ମାର୍କର ରହିବ। ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆସିବ। ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୫ ମାର୍କ ଲେଖାଏଁ ରହିବ। କିନ୍ତୁ ୨୦୧୫ ପୂର୍ବରୁ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ସିଲାବସ୍ ଢାଞ୍ଚା ଅପରିବର୍ତ୍ତିତ ରହିବ। ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ଶ୍ରୀ ଦାସ କହିଛନ୍ତି।