ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀ-ଯୋଧପୁର ଓ ପୁରୀ-ଆଜମେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଲିବା ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ପୁରୀ-ଯୋଧପୁର ସ୍ୱତନ୍ତ୍ର ଟ୍ରେନ୍ (୦୨୦୯୩) ଜାନୁଆରୀ ମାସ ୨୦ ତାରିଖରୁ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୪ଟା ୫ମିନିଟରେ ଛାଡିବ ଏବଂ ଯୋଧପୁର-ପୁରୀ (୦୨୦୯୪) ଜାନୁଆରୀ ମାସ ୨୩ ତାରିଖରୁ ପ୍ରତ୍ୟେକ ଶନିବାର ଅପରାହ୍ଣ ୨ଟା ୧୫ମିନିଟରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା ରୋଡ଼, ରାୟଗଡ, ବିଲାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଓଁ, ନାଗପୁର, ଇଟାର୍ଷୀ, ହବିବଗଞ୍ଜ, ଭୋପାଳ, ଉଜ୍ଜଇନ, ଜୟପୁର ଷ୍ଟେସନ ମାନଙ୍କରେ ଉଭୟ ଦିଗରୁ ରହଣି କରିବ।
ସେହିପରି ପୁରୀ-ଆଜମେର ସ୍ୱତନ୍ତ୍ର ଟ୍ରେନ୍ (୦୨୦୩୭) ଜାନୁଆରୀ ୨୧ ତାରିଖରୁ ପ୍ରତ୍ୟେକ ସୋମବାର ଏବଂ ଗୁରୁବାର ରାତ୍ରି ୧୧ଟା ୫ମିନିଟରେ ଛାଡିବ ଏବଂ ଆଜମେର-ପୁରୀ (୦୨୦୩୮) ଜାନୁଆରୀ ୨୬ ତାରିଖଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ସନ୍ଧ୍ୟା ୬ଟା ୫୦ମିନିଟରେ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଢେଙ୍କାନାଳ, ବରଗଡ ରୋଡ୍, ବାଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜୀ, ଖରିଆର୍ ରୋଡ୍, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ୱାର୍ଧା, ଭୁଷାବଲ, ଜଲଗାଓଁ, ସୁରଟ, ଭଦୋଦରା, ଅହମ୍ମଦାବାଦ, ସାବରମତୀ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ଉଭୟ ଦିଗରୁ ରହଣି କରିବ।