ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଲକଡାଉନର ୧୦ ମାସ ପରେ ଖୋଲିଲା ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ। ସାମାଜିକ ଦୂରତା ବଜାୟ ରଖିବା ସହିତ ପ୍ରବେଶ ପଥରେ ସାନିଟାଇଜ କରାଯାଇ ନିର୍ଦ୍ଧିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ନେଇ କାଲିଠୁ ଖୋଲିଛି ରବୀନ୍ଦ୍ର ମଣ୍ଡପ। କିଛିମାସ ବ୍ୟବଧାନ ପରେ ରବୀନ୍ଦ୍ର ମଣ୍ଡପ ଖୋଲିଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
ପ୍ରଥମ ଦିନରେ ଟିମ ଓଡ଼ିଆ ପକ୍ଷରୁ ଏକ ନୂଆ ୟୁଟୁବ୍ ଚ୍ୟାନେଲ ଉଦଘାଟନ କରାଯାଇଛି। ମନୋରଞ୍ଜନ ଏବଂ ସୂଚନା ଭିତ୍ତିକ ୟୁଟୁବ୍ ଚ୍ୟାନେଲ ଉଦଘାଟନ ହେବା ପରେ ଲୋକଙ୍କୁ ଏହା ମନୋରଞ୍ଜନର ଖୋରାଗ ଯୋଗାଇବ ବୋଲି ଆୟୋଜକମାନେ ଆଶା କରିଛନ୍ତି।