Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୁଷ୍କରିଣୀ ଜଳ ପବିତ୍ରତାର ପ୍ରତୀକ ହେବ-ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୁଷ୍କରିଣୀ ଜଳ ପବିତ୍ରତାର ପ୍ରତୀକ ହେବ-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର। ଭୁବନେଶ୍ୱରରେ ପୁରାତନ ଗୌରବକୁ ପୁନଃଜୀବିତ କରିବା ଏବଂ ଏହାକୁ ପର୍ଯ୍ୟଟନର ପ୍ରମୁଖ ସ୍ଥଳ ଭାବରେ ବିକଶିତ କରିବା ଦିଗରେ ଆଜିର ପଦକ୍ଷେପ ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଯୋଗଦେଇଥିଲେ।

ଏଥିସହିତ ଶ୍ରୀ ପ୍ରଧାନ କହିଛନ୍ତି କି, ଇଣ୍ଡିଆନ ଅଏଲ ପକ୍ଷରୁ ପୁରୁଣା ଭୁବନେଶ୍ୱର ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ବିନ୍ଦୁ ସାଗର ପବିତ୍ର ଜଳକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ ଲୋକାର୍ପିତ ହୋଇଛି। ସମସ୍ତ ଓଡିଶାବାସୀଙ୍କ ପାଇଁ ଏହା ଐତିହାସିକ କ୍ଷଣ। ଭାରତ ସରକାରର ମିଳିତ ଉଦ୍ୟମରେ ଖୁବ ଶୀଘ୍ର ବିନ୍ଦୁ ସାଗର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ। ଇନଷ୍ଟିଚ୍ୟୁଟ ଅଫ୍ କେମିିକାଲ ଟେକ୍ନୋଲୋଜି(ଆଇସିଟି) ମୁମ୍ବାଇ, ଭାରତୀୟ ତୈଳ ନିଗମ(ଆଇଓସିଏଲ), ଓଡିଶା ବ୍ରିଜ କନଷ୍ଟ୍ରକ୍ସନ କର୍ପୋରେସନ (ଓବସିସି)ର ମିଳିତ ଉଦ୍ୟମରେ ବିଶେଷ ଜ୍ଞାନକୌଶଳରେ ବିନ୍ଦୁ ସାଗରରେ ସ୍ୱତନ୍ତ୍ର ଯନ୍ତ୍ରପାତି ଲଗାଯାଇଛି। ଏହା ପୋଖରୀର ଦୂଷିତ ଜଳକୁ ଛାଣି ସଫା ଜଳକୁ ପୋଖରୀକୁ ଛାଡିବ। ଫଳରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ। ଏହି ପ୍ରକଳ୍ପ ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ୭୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି।

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୁଷ୍କରିଣୀ ଜଳ ପବିତ୍ରତାର ପ୍ରତୀକ ହେବ। ଏହି ଜଳ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ସ୍ନାନ ନୀତିକାନ୍ତି ସମେତ ଆନୁଷଙ୍ଗିକ କାମରେ ଲାଗିପାରିବ। ଏକାଦଶ ଶତାବ୍ଦୀରେ ରାଜଧାନୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ପରି ଏକ ବିଶ୍ୱସ୍ତରୀୟ କୀର୍ତ୍ତି ସ୍ଥାପିତ ହୋଇଥିଲା। ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସାମୂହିକ ପ୍ରଚେଷ୍ଟାରେ ଓଡ଼ିଶା ଜାତିକୁ ଉପରକୁ ନେବାରେ ଆବଶ୍ୟକ ରହିଥିବା ବେଳେ ଏକବିଂଶ ଶତାବ୍ଦୀରେ ସମୃଦ୍ଧଶାଳୀ ଓଡ଼ିଶା ଗଠନ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଏସଏମ ବୈଦ୍ୟ, ଆଇସିଟି ମୁମ୍ବାଇର କୁଳପତି ଅନିରୁଦ୍ଧ ବାଲଚନ୍ଦ୍ର ପଣ୍ଡିତ, ଇଣ୍ଡିଆନ ଅଏଲର ଏଚଆର ନିର୍ଦ୍ଦେଶକ ରଞ୍ଜନ ମହାପାତ୍ର, ଆଇସିଟି-ଆଇଓସିର ନିର୍ଦ୍ଦେଶକ ବିଏନ ଥୋରାଟ, ଓବିସିିସିର ପରିଚାଳନା ନିର୍ଦ୍ଦେଶକ ଜୟକ୍ରୀଷ୍ଣ ସମେତ ଇଣ୍ଡିଆନ ଅଏଲ, ଆଇସିଟି, ଓବିସିସିର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।