ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋମବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ। କେବଳ ଲୋକସେବା ଭବନରେ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ରହିବେ। ଯେଉଁ ମନ୍ତ୍ରୀ ଜିଲ୍ଲା ଗସ୍ତରେ ଥିବେ ସେଠାରୁ ସେ ଭିଡିଓ କନଫରେନ୍ସିଂରେ ସାମିଲ ହେବେ। ଏଥିରେ ୧୨ଟି ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି।