ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ : ୩୬ ସୁସ୍ଥ ରାଜ୍ୟ By Nitidin On Dec 21, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ୪୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨ଜଣ ଓ ସ୍ଥାନୀୟ ସଂକ୍ରମଣ ୩୨ଜଣ ରହିଛନ୍ତି। ଅନ୍ୟପଟେ ୩୬ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆଜିର ୪୪ ଜଣଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୪୧୪କୁ ବୃଦ୍ଧି ପାଇଥିବାବେଳେ ୩୦ ହଜାର ୭୮୫ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୩୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୭୬ ଜଣଙ୍କ ଚିକିତ୍ସା ଜାରି ରହିଛି। Share