ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ଦେଲା ୧୫ ହଜାର ଫାଇନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ଟ୍ରାଫିକ ପୁଲିସ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡଠାରୁ ୧୫ ହଜାର ଟଙ୍କା ଫାଇନ ଆଦାୟ ହୋଇଛି। ଓଡିଶାରେ ମଧ୍ୟ ଏହି ନୂଆ ନିୟମ କଡାକଡି ଭାବେ ପାଳନ କରାଯାଉଛି। ନୂଆ ନିୟମ ସାଧାରଣ ଗାଡ଼ି ଚାଳକଙ୍କ ପକେଟ ଉପରେ ଭାରି ପଡ଼ିଛି। ଏଥିରୁ ବାଦ ପଡ଼ିନି ସରକାରୀ ଗାଡ଼ି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ନିୟମ ଉଲ୍ଲଘଂନ କଲେ ଲାଗୁଛି ତଣ୍ଡ । ଆଜି ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାଡ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ।

ଆରମ୍ଭ ହୋଇଯାଇଛି ଟ୍ରାଫିକ୍ ଧରପଗଡ଼। ମୋଟା ଅଙ୍କର ଫାଇନ୍ ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ। ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାଧାରଣ ଲୋକଙ୍କ ଜୀବନଯାପନ ଉପରେ ଅଧିକ ପ୍ରଭାବ ପକାଇଛି । ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା ଫଳରେ ତାଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ୁଛି । ଆଜି ଭୁବନେଶ୍ୱର ନାଲୋକୋ ଛକରେ ସରକାରୀ ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ଠାରୁ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରୋଡ଼ ପରମିଟ ନଥିବା ବିଏମସି ଗାଡ଼ିକୁ ଲାଗିଲା ୧୦ହଜାର ଓ ଗୁଡ୍ସ କ୍ୟାରିଅରରେ କର୍ମଚାରୀଙ୍କୁ ବସାଇ ନେବା ଫଳରେ ୫ହଜାର ଟଙ୍କା ଫାଇନ ଲାଗିଛି । ଏହି ବିଏମସି ଗାଡ଼ିରୁ ମୋଟ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିଛି ଟ୍ରାଫିକ ପୁଲିସ।