ଜାମିନ ପାଇଁ ହାଇକୋର୍ଟ ଗଲେ ପ୍ରଦୀପ ପାଣିଗ୍ରାହୀ

କଟକ,ଏନ୍ଏନ୍ଏସ୍: ଦୁର୍ନୀତି ଅଭିଯୋଗରେ କ୍ରାଇମବ୍ରାଞ୍ଚ୍ ଦ୍ୱାରା ଗିରଫ ହୋଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହେବାପରେ ଭୁବନେଶ୍ୱର ତୃତୀୟ ଅତିରିକ୍ତ ସେସନ୍ ଜଜ୍ ଅଦାଲତରେ ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା। ଏହା ପରେ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଜାମିନ ଲୋଡିଛନ୍ତି।

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କ ଜରିଆରେ ସେ ଜାମିନ ଆବେଦନ କରିଛନ୍ତି। ଉପରୋକ୍ତ ମାମଲାରେ ବିଧାୟକ ଗିରଫ ହେବା ପରେ ତାଙ୍କୁ ଭୁବନେଶ୍ୱର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଝାରପଡା ସ୍ୱତନ୍ତ୍ର ଜେଲରେ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଥିଲା। ଜେଲରେ ଥାଇ ସେ ପ୍ରଥମେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲାବବେଳେ ଏହା ଖାରଜ ହୋଇଥିଲା। ପରେ ଭୁବନେଶ୍ୱର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଦାଳତରେ ତାଙ୍କର ଜାମିନ ଖାରଜ ହେବା ପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି।