‘ତାରକ ମେହେତା କା ଓଲଟା ଚଷମା’ର ଲେଖକଙ୍କ ଆତ୍ମହତ୍ୟା

ମୁମ୍ବାଇ: ‘ତାରକ ମେହେତା କା ଓଲଟା ଚଷମା’ ଟିମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶୋ’ର ଲେଖକ ଅଭିଷେକ ମକୱାନା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅଭିଷେକ ସୁସାଇଡ ନୋଟରେ ଆର୍ଥିକ ସମସ୍ୟା କଥା ଉଲ୍ଲେଖ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଅଭିଷେକ ସାଇବର ଫ୍ରଡ ଓ ବ୍ଲାକମେଲିଂର ଶିକାର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।