କୋର୍ଟରେ ହାଜର ହେଲେ ପ୍ରଦୀପ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ସଂନ୍ଧ୍ୟାରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ତାଙ୍କ ନାମରେ ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ବିି ଦଫାରେ ମାମଲା ରୁଜୁ କରାଯାଇଛି। ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

ପ୍ରଦୀପଙ୍କ ପତ୍ନୀ ସୁଜାତାଙ୍କ ଅଭିଯୋଗ ଅନୁସାରେ ଆଜି ତାଙ୍କ ସ୍ୱାମୀ ନିଜ ବାସଭବନରେ ଥିଲେ। ୪ଟି ଗାଡ଼ିରେ କିଛି ଲୋକ ଆସି କ୍ରାଇମବ୍ରାଞ୍ଚ ପରିଚୟ ଦେଇ ଉଠାଇ ନେଇଥିଲେ। ମୋ’ ସ୍ୱାମୀର କିଛି ଘଟିଲେ ସମସ୍ତଙ୍କୁ କାଠଗଡ଼ା ମଧ୍ୟକୁ ଟାଣିବି। ମୋ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ଆମେ ପ୍ରସ୍ତୁତ ରହିଛୁ ବୋଲି ସୁଜାତା କହିଛନ୍ତି।