ରାଜ୍ୟରେ ଆଜି ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି କ୍ରମରେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୧୮ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୯୮ କ୍ୱାରେଣ୍ଟାଇନ୍ ଏବଂ ୨୨୧ ଲୋକାଲ୍ କଣ୍ଟାକ୍ଟ ଅଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ୍ କରିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୪୯, କଟକରୁ ୪୫, ଖୋର୍ଦ୍ଧାରୁ ୪୦, ବାଲେଶ୍ବରରୁ ୩୭, ଅନୁଗୋଳରୁ ୩୬ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୧୮,୩୦୭ରେ ପହଞ୍ଚିଛି। ସେଥିରୁ ୩,୧୦,୫୪୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫,୯୭୧ ଜଣ ଚିକିତ୍ସାଧୀନ ଅଛନ୍ତି।