୩୦ ଜିଲ୍ଲାରୁ ୭୭୮ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୭୭୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୩୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୩୩ ହଜାର ୨୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୬୮, ସୁନ୍ଦରଗଡ଼ରୁ ୬୪, ବାଲେଶ୍ୱର ଓ ଖୋର୍ଦ୍ଧାରୁ ୬୧ ଜଣ ଲେଖାଏଁ, ମୟୁରଭଞ୍ଜରୁ ୫୮, କଟକରୁ ୫୪, କେଉଁଝରରୁ ୫୩, ଜଗତସିଂହପୁର ଓ ସମ୍ବଲପୁରରୁ ୪୦ ଲେଖାଏଁ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୬ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୫ଲକ୍ଷ ୧୮ ହଜାର ୬୪୪ କରୋନା ଟେଷ୍ଟ ହୋଇଥିବାବେଳେ ୩୧ଲକ୍ଷ ୩୩ ହଜାର ୨୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩ ହଜାର ୮୯୭ ଜଣ ସୁସ୍ଥ ହୋଇଛନ୍ତି, ୧୬୨୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୭,୭୪୮ଜଣ ଚିକିତ୍ସିତ ହେଉଛନ୍ତି।