ରାଜ୍ୟରୁ ଆଉ ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୮୩୩ ଜଣ ସଂଗରୋଧ କେନ୍ଦ୍ରର ଓ ୬୦୧ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି।

ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪୪, କଟକରୁ ୧୪୧, ବାଲେଶ୍ୱରରୁ ୯୯, ସୁନ୍ଦରଗଡ଼ରୁ ୯୮, ଅନୁଗୁଳରୁ ୯୦, ମୟୂରଭଞ୍ଜରୁ ୮୦, ପୁରୀରୁ ୭୭, ଜଗତସିଂହପୁରରୁ ୬୮, ବଲାଙ୍ଗିରରୁ ୬୬, ବରଗଡ଼ରୁ ୬୫, କେନ୍ଦ୍ରାପଡ଼ାରୁ ୫୪, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୩୮, ନୂଆପଡ଼ା ଓ କଳାହାଣ୍ଡିରୁ ୩୫ ଜଣ ଲେଖାଏଁ, ଯାଜପୁରରୁ ୩୩, ଝାରସୁଗୁଡା ଓ ଭଦ୍ରକରୁ ୩୧ ଜଣ ଲେଖାଏଁ, ନବରଙ୍ଗପୁରରୁ ୨୭, କୋରାପୁଟରୁ ୨୫, ଢ଼େଙ୍କାନାଳରୁ ୨୧, ନୟାଗଡ଼ ଓ ଗଞ୍ଜାମରୁ ୧୭ ଜଣ ଲେଖାଏଁ, ମାଲକାନଗିରିରୁ ୧୪, ସୋନପୁର ଓ କନ୍ଧମାଳରୁ ୧୨ ଜଣ ଲେଖାଏଁ, ରାୟଗଡ଼ାରୁ ୯, ଗଜପତି ଓ ବୌଦ୍ଧରୁ ୬ ଜଣ ଲେଖାଏଁ, ଦେବଗଡ଼ରୁ ୫ ସହିତ ଷ୍ଟେଟ ପୁଲରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ରାଜ୍ୟରେ ୪୯,୩୯,୩୯୦ଟି କରୋନା ଟେଷ୍ଟ କରାଯାଇଥିବାବେଳେ ସେଥିରୁ ୩,୦୧,୫୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨,୮୬,୮୫୭ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୩,୨୩୯ ଜଣ ସକ୍ରିୟ ଅଛନ୍ତି।