ବ୍ୟାଙ୍କ ସମ୍ମୁଖରୁ ଲକ୍ଷାଧିକ ଟଙ୍କା ଲୁଟ

ସମ୍ବଲପୁର, ଏନ୍ଏନ୍ଏସ୍: ସମ୍ବଲପୁର ନେଲସନ ମଣ୍ଡେଲା (କଚେରୀ) ଛକ ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରୁ ଗୁରୁବାର ଅପରାହ୍ଣରେ ଘନଶ୍ୟାମ ସୁପକାର ନାମକ ଜଣେ ଷ୍ଟାମ୍ପ ଭେଣ୍ଡରଙ୍କଠାରୁ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଛି। ଶ୍ରୀ ସୁପକାର ଟଙ୍କା ଜମା କରିବାକୁ ବ୍ୟାଙ୍କ ଭିତରକୁ ଯାଉଥିବା ବେଳେ ଅତର୍କିତ ଭାବେ ୨ ଦୁବୃର୍ତ୍ତ ଆସି ଟଙ୍କା ଥିବା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି।