ଢେଙ୍କାନାଳ,ଏନ୍ଏନ୍ଏସ୍ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କରମୂଳ ଗ୍ରାମରେ ଥିବା ଗୋଡିପୋଖରୀରେ ଗାଧୋଇବାକୁ ଯାଇ ବୁଡି ଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ସ୍ଥାନୀୟଲୋକେ ସେମାନଙ୍କ ମଧ୍ୟରୁ ବିପିନି ମଲିକଙ୍କର ୧୦ ବର୍ଷର ଝିଅ ଅନୀତାକୁ ଉଦ୍ଧାର କରି ଢେଙ୍କାନାଳ ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅନ୍ତର୍ଯ୍ୟାମୀ ମଲିକଙ୍କର ୮ ବର୍ଷର ଝିଅ ଅଙ୍କିତାକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସରକାରୀ ସହାୟତା ଯୋଗାଇଦେବା ପାଇଁ କହିଥିଲେ। ଏହି ସମୟରେ ବିଧାୟକଙ୍କ ଢେଙ୍କାନାଳ ପ୍ରତିନିଧି ଦେବାଶିଷ ମିଶ୍ର, ଛାତ୍ର ବିଜେଡି ସଭାପତି ସୁରଜ କୁମାର ମହାପାତ୍ର, ରଞ୍ଜନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।